ନୂଆଦିଲ୍ଲୀ : ଭାରତକୁ ଆଉ ଏକ ନୂଆ ଅସ୍ତ୍ର ମିଳିବାକୁ ଯାଉଛି । ଭାରତର ଔଷଧ ମହାନିୟନ୍ତ୍ରକ କୋଭିଡ ବଟିକା ମୋଲନୁପିରାଭିରକୁ ଡାଟାର ସମୀକ୍ଷା କରୁଛି । ଏହି ଆଣ୍ଟି କୋଭିଡ ଔଷଧକୁ ଖୁବ୍ଶୀଘ୍ର ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଡିଜିସିଏ ମଞ୍ଜୁରୀ ଦେଇପାରେ । କରୋନାର ଏହି ଔଷଧ ବୟସ୍କଙ୍କ ପାଇଁ ରହିଛି ।
ଯେଉଁମାନଙ୍କ ନିକଟରେ କରୋନାର ଗମ୍ଭୀର ଲକ୍ଷଣ ରହିଥିବ କିମ୍ବା ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାର ବିପଦ ରହିଥିବ । ୟୁକେରେ ଏଭଳି ଔଷଧକୁ ମଞ୍ଜୁରୀ ମିଳିସାରିଛି । ତେବେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଆଣ୍ଟି-କୋଭିଡ ବଟିକା ଟିକାର ସ୍ଥାନ ନେବା ପାଇଁ ଉଦ୍ଦିଷ୍ଟ ନୁହେଁ । କୋଭିଡର ଲକ୍ଷଣ ଦେଖାଯିବା ପରେ ପ୍ରଥମ କିଛି ଦିନ ମଧ୍ୟରେ ବଟିକା ନିଆଯାଇ ପାରେ ।