ୟୁରୋପରେ ବଢୁଛି କୋଭିଡ ଭାଇରସ

ନୂଆଦିଲ୍ଲୀ : ୟୁରୋପରେ ଏବେ କରୋନା ବିସ୍ଫୋରଣ ହୋଇଛି । ଏକ ସପ୍ତାହ ମଧ୍ୟରେ ୟୁରୋପରେ ପ୍ରାୟ ୨୦ ଲକ୍ଷ ନୂଆ ପଜିଟିଭ ଚିହ୍ନଟ ହୋଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ୟୁରୋପରେ ଏହି ମାମଲା ଲଗାତାର ବୃଦ୍ଧି ପାଇଚାଲିଛି । ଏବେ ୟୁରୋପ ପୁଣି ଥରେ କରୋନା ଭୂତାଣୁ କେନ୍ଦ୍ରରେ ପରିଣତ ହୋଇଛି । ବିଶ୍‌ ସ୍ୱାସ୍ଥ୍ୟ ସଂଗଠନ ଏକ ବୈଠକରେ କହିଛି ଯେ ବିଶେଷ କରି ସୁସ୍ଥ ଲୋକଙ୍କୁ କରୋନାର ବୁଷ୍ଟର ଡୋଜ ଦେବା ଯଥାର୍ଥତା ନାହିଁ । ଯେ ଆଜି ମଧ୍ୟ ବିଶ୍ୱର ଅନେକ ଦେଶରେ ସ୍ୱାସ୍ଥ୍ୟ କର୍ମୀ, ବୃଦ୍ଧ ଏବଂ ଅଧିକ ବିପଦ ବର୍ଗର ବ୍ୟକ୍ତି ଟିକାର ପ୍ରଥମ ଡୋଜ ପାଇନାହାଁନ୍ତି । ୫୦୦ ନିୟୁତ କୋଭ୍ୟାକ୍ସ ଟିକା ୧୪୪ ଟି ଦେଶରେ ପହଞ୍ଚିଛି । ଆମେ ଲକ୍ଷ୍ୟ ରଖିଛୁ ଯେ ବିଶ୍ୱ ଜନସଂଖ୍ୟାର ୪୦% ଟିକାକରଣ କରିବାକୁ ଚଳିତବର୍ଷ ଶେଷ ସୁଦ୍ଧା ଜନସଂଖ୍ୟା ଟିକାକରଣ କରାଯିବା ଉଚିତ୍‌ । ଏଥିପାଇଁ ଆସନ୍ତା ୧୦ ଦିନ ମଧ୍ୟରେ ମୋଟ ୫୫ କୋଟି ଟିକା ଆବଶ୍ୟକ ହେବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ପଷ୍ଟ କରିଛି ଯେ ଅନେକ ପ୍ରକାରର ଟିକାକରଣ କାର୍ଯ୍ୟକ୍ରମରେ କରୋନା ପ୍ରଭାବ ପଡୁଛି ।