ଶ୍ରୀମନ୍ଦିର ୩ଦ୍ୱାରରେ ଲାଗିବ ରୂପା ଚାଦର

ପୁରୀ (ଏସ୍ ନ୍ଯୁଜ) : ରୁପା ଚାଦରରେ ଝଲସିବ ପୁରୀ ଶ୍ରୀମନ୍ଦିରର ରୁପା ତିନିଦ୍ୱାର । ଶ୍ରୀଜିଉଙ୍କ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର,ବେହରଣ ଦ୍ୱାର,କଳାହାଟ ଦ୍ୱାର ରେ ପୂର୍ବରୁ ଲାଗିଥିବା ପିତଳ ଚାଦର କଢ଼ାଯାଇ ରୁପା ଚାଦର ବିଛା ଯାଇ ଡିଜାଇନ କରାଯିବ ।

ଏନେଇ ଶ୍ରୀମନ୍ଦିରର ବୈଷୟିକ ବିଶେଷଜ୍ଞ ମାନେ ପୁରାତନ ମଡେଲ କୁ ଅନୁଧ୍ୟାନ କରି ମୁଖ୍ୟ ପ୍ରଶାସକ ଙ୍କ ସହ ବିଶେଷ ଆଲୋଚନା କରି ତିନିଦ୍ୱାର ବୁଲି ମାପଚୁପ କରିଛନ୍ତି ।ମହାପ୍ରଭୁଙ୍କ ଜୈନିକ ଭକ୍ତ ଆବଶ୍ୟକ ରୂପା ଦାନ କରିବେ ବୋଲି ପ୍ରଶାସନଙ୍କୁ ଜଣାଇଛନ୍ତି। ଏଥିରେ ସମୁଦାୟ ୧୯୨୦ କେଜି ର ରୂପା ଲାଗିବ ଓ ଆବଶ୍ୟକ କାଠ ବି ଯୋଗାଇ ଦେବେ ବୋଲି କହିଛନ୍ତି ।

କିଛିଦିନ ପୂର୍ବରୁ ପ୍ରଶାସନ କର୍ମକର୍ତ୍ତା ଙ୍କୁ ଡାକି ବୈଠକ ବସିଥିଲା ।ପିତଳ ଚାଦର ଦ୍ୱାର ଖୋଲିବାରେ ଅସୁବିଧା ହେଉଥିବାରୁ ସମସ୍ୟା ଦେଖାଦେବାରୁ ଏହାକୁ ନୂଆ ଡିଜାଇନ କରିବେ ବୋଲି ନିଷ୍ପତି ନିଆଯାଇଥିଲା। ତେଣୁ ତିନି ଜଣିଆ ବୈଠକ ଟିମ ଆସି ତିନିଦ୍ୱାର ଦେଖି ମାପ ପ୍ରସ୍ତୁତି କରିଥିଲେ ।

ପୂର୍ବରୁ ଏହି ଦ୍ୱାର ରେ ପିତଳ ଚାଦର ଲଗାହୋଇଛି। ପିତଳ ନଷ୍ଟ ହେଉଯାଉଥିବାରୁ ରୁପା ଚାଦର ରେ ଡିଜାଇନ କରିବେ ବୋଲି ସୁନା କମ୍ପାନୀ ମାନେ କେତେକ ଡିଜାଇନ ର ରୂପା ଦେଖାଇଛନ୍ତି ।
ତିନିଦ୍ୱାର ରେ ନକ୍ସା ଦେଖି ଗୁଜୁରାଟ ଆନ୍ଧ୍ରପ୍ରଦେଶରୁ ସ୍ୱତନ୍ତ୍ର ବର୍ମା ଟିକ ଆସି ସ୍ୱତନ୍ତ୍ର ପାରମ୍ପରିକ ଶୈଳୀ ରେ କବାଟ ଲାଗି ଏଥିରେ ଲାଗିବ ବୋଲି ଚୂଡାନ୍ତ ନିଷ୍ପତି ନିଆଯାଇ ଥିବା କହିଛି ଶ୍ରୀମନ୍ଦିର ପ୍ରଶାସନ କମିଟି ।