ବନ୍ୟାରେ ଧୋଇଗଲା ୨୮୩ କୋଟିର ନଦୀବନ୍ଧ

ଭୁବନେଶ୍ୱର(ଏସ୍ ନ୍ଯୁଜ): ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଚଳିତଥର ଏହି ବନ୍ୟାରେ ୨୮୩ କୋଟି ଟଙ୍କାର ନଦୀବନ୍ଧ ଧୋଇ ହୋଇଯାଇଛି। ବନ୍ୟା ନିୟନ୍ତ୍ରଣ ମୁଖ୍ୟ ଯନ୍ତ୍ରୀ ସୁଶାନ୍ତ ରଥ ଏନେଇ ସୂଚନା ଦେଇଛନ୍ତି ।

ଗତ ବନ୍ୟାରେ ୩୮ଟି ଘାଇ ସହ ୯୯୬କିଲୋମିଟର ନଦୀବନ୍ଧ ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ୧୧ଟି ଜିଲ୍ଲାର ୩୫୧ କିଲୋମିଟରକ ନଦୀବନ୍ଧ ସୁଦୃଢୀକରଣ ପାଇଁ ୬୪୮ କୋଟି ଟଙ୍କାର ଅନୁଦାନ ଆବଶ୍ୟକ । ଏନେଇ ଜଳ ସମ୍ପଦ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି, ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ ।

ସେହିପରି ଘାଇ ମରାମତି, ସ୍ଥାୟୀ ଓ ଅସ୍ଥାୟୀ ମରାମତି ଓ ନଦୀବନ୍ଧ ସୁଦୃ୍ଢିକରଣ ପାଇଁ ମୋଟ ୯୩୨ କୋଟି ଟଙ୍କାର ଅନୁଦାନ ଆବଶ୍ୟକ । ୯୩୨କୋଟି ଟଙ୍କାର ଅନୁଦାନ ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଜରିଆରେ ଅନୁରୋଧ କରାଯାଇଛି । ମହାନଦୀ ବେସିନ ମୁଖ୍ୟଯନ୍ତ୍ରୀ ସୁଶାନ୍ତ ରଥ ଏହି ସୂଚନା ଦେଇଛନ୍ତି ।