ଭାରତୀୟ ନୌସେନାକୁ ମିଳିବ ଆଇଏନଏସ ବିଶାଖାପାଟଣା

ମୁମ୍ବାଇ: କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଆସନ୍ତା ନଭେମ୍ବର ୨୧ ତାରିଖରେ ଯୁଦ୍ଧତରୀ ଆଇଏନଏସ ବିଶାଖାପାଟଣାକୁ ଭାରତୀୟ ନୌସେନାକୁ ଅର୍ପଣ କରିବାକୁ ଯାଉଛନ୍ତି । ଏନେଇ ନୌସେନା ଭାଇସ୍‌ ଆଡମିରାଲ ଏସ.ଏନ୍‌ ଘୋରମଡେ ଏହି ସୂଚନା ଦେଇଛନ୍ତି । ଯୁଦ୍ଧ ଜାହାଜର ଶବ୍ଦରୁ ଜାଣିଦେବ ସମୁଦ୍ରରେ ଶତ୍ରୁପକ୍ଷ ଜାହାଜର ଉପସ୍ଥିତି ଓ ସେଠାରୁ ହେଉଥିବା ଗତିବିଧି । ଏହି ଯୁଦ୍ଧତରୀରେ ଭାରତର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ବିଧ୍ୱଂସକ ପ୍ରଣାଳୀ ଲାଗିଛି । ଯେଉଁଥିରୁ ବ୍ରହ୍ମୋସ ଓ ବରାକ ଭଳି କ୍ଷେପଣାସ୍ତ୍ର ମଧ୍ୟ ଖଞ୍ଜା ଯାଇପାରିବ । ଏହି ଯୁଦ୍ଧ ଜାହାଜ ଶତ୍ରୁକୁ ଦେଖିବାମାତ୍ରେ ଆଣ୍ଟି ଏୟାରକ୍ରାଫ୍ଟ କ୍ଷେପଣାସ୍ତ୍ର ମାଡ କରି ଧ୍ୱଂସ୍ତ କରିଦେବାର ସକ୍ଷମ ରଖିଛି ଏହି ଯୁଦ୍ଧ ଜାହାଜ ।