ନୀଳଗିରି : ଟ୍ରାକ୍ଟର ଟାୟାର ଫାଟି ନାବାଳକ ଗୁରୁତର । ନାବାଳକର ଦୁଇ ହାତ ଭାଙ୍ଗି ଛିଡି ଯାଇଥିବା ଦେଖିବାକୁ ମିଳିଛି । ସୂଚନାନୁସାରେ, ମାନଗଡ଼ ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ଦୋକାନକୁ ଏକ ଟ୍ରାକ୍ଟର ରିପ୍ୟାରିଂ ପାଇଁ ଆସିଥିଲା । ଟାୟାର ସଜାଡିବା ପରେ ମୂଳାବାଡିସାହି ଅଞ୍ଚଳର ୧୩ ବର୍ଷୀୟ ନାବାଳକ ଟାୟାର ଉପରେ ବସିଥିଲେ ।
ତେବେ ଟାୟାର ହଠାତ ଫାଟିଯିବାରୁ ନାବାଳକଟି ଉପରକୁ ଉଠିଯାଇ ତଳେ ପଡିଯିବା ସହ ଫଳରେ ତାଙ୍କର ଦୁଇ ହାତ ଭାଙ୍ଗି ଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।