ନୂଆଦିଲ୍ଲୀ: ଆଜି ବିହାର ବିଧାନସଭା ନିର୍ବାଚନର ତାରିଖ ନିର୍ବାଚନ କମିଶନ ଘୋଷଣା କରିପାରନ୍ତି । ଏହାସହ ବାଲେଶ୍ୱର ସଦର ଓ ତିର୍ତୋଲ ବିଧାନସଭା ଉପନିର୍ବାଚନର ତାରିଖ ମଧ୍ୟ ଘୋଷଣା କରାଯାଇପାରେ । ଏନେଇ ନିର୍ବାଚନ କମିଶନ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି । ସେପଟେ ବିହାର ବିଧାନସଭା ଏଥର ୩ଟି ପର୍ଯ୍ୟାୟରେ ନିର୍ବାଚନ ହୋଇପାରେ ଓ ଦୀପାବଳି ପୂର୍ବରୁ ନୂଆ ବିଧାନସଭା ଗଠନ ହୋଇପାରିବ ବୋଲି ଆଶା ରହିଛି ।
ଅନ୍ୟପଟେ ଉପନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି । ତିର୍ତୋଲରୁ ବିଷ୍ଣୁ ଦାସ ଓ ବାଲେଶ୍ୱର ସଦରରୁ ମଦନମୋହନ ଦତଙ୍କ ପରଲୋକ ଯୋଗୁଁ ଏହି ଦୁଇ ଜିଲ୍ଲାରେ ଉପନିର୍ବାଚନ ହେଉଛି । ଏପରିକି ବାଲେଶ୍ୱର ସଦର ଆସନକୁ ବିଜେପିଠାରୁ ବିଜେଡି ଛଡାଇଆଣିବ ବୋଲି ରଣନୀତି ତିଆରି କରୁଛି । ଏନେଇ ନିର୍ବାଚନ କମିଶନଙ୍କ ଘୋଷଣା ଉପରେ ରହିଛି ସମସ୍ତଙ୍କ ନଜର ।