ଆଉଏକ କୀର୍ତ୍ତିମାନରେ ରୋହିତ

ରାଞ୍ଚି: ଟି-୨୦ରେ ବିରାଟ କୋହଲିଙ୍କ କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି ଟି-୨୦ର ନୂଆ ଅଧିନାୟକ ରୋହିତ ଶର୍ମା । ସେ ଟି-୨୦ରେ ୨୯ଟି ୫୦ରୁଦ୍ଧ୍ୱର୍ ରନ କରି ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ସମକକ୍ଷ ହୋଇଛନ୍ତି । ରୋହିତ ଶର୍ମା ୧୧୮ତମ ଟିି-୨୦ ମ୍ୟାଚରେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି ।

ସେହିଭଳି ଟିି-୨୦ ଅନ୍ତର୍ଜାତୀୟରେ ମୋଟ ୧୩ଟି ଶତକୀୟ ଭାଗୀଦାରିରେ ରୋହିତ ରହିଛନ୍ତି । ଏହାସହ ସେ ବାବର ଆଜମ ଓ ମାର୍ଟିନ ଗପ୍ଟିଲ୍‌ (୧୨) ଓ ଡେଭିଡ୍‌ ୱାର୍ଣ୍ଣର (୧୧)ଙ୍କୁ ପଛରେ ପକାଇଦେଇଛନ୍ତି ।