୩ଟି ପର୍ଯ୍ୟାୟରେ ବିହାର ନିର୍ବାଚନ

ନୂଆଦିଲ୍ଲୀ: ବିହାରରେ ୩ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଏକ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ସମ୍ପର୍କରେ କହିଛନ୍ତି ।

ଅକ୍ଟୋବର ୨୮ରେ ପ୍ରଥମ ପର୍ଯ୍ୟାୟରେ ୧୬ଟି ଜିଲ୍ଲାର ୭୧ଟି ଆସନ , ନଭେମ୍ବର ୩ରେ ଦ୍ୱିତୀୟ ପର୍ଯ୍ୟାୟରେ ୧୭ଟି ଜିଲ୍ଲାର ୯୪ ଟି ଆସନ ଏବଂ ନଭେମ୍ବର ୭ରେ ତୃତୀୟ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରେ ୭୮ଟି ଆସନ ପାଇଁ ଭୋଟିଂ ହେବ । ନଭେମ୍ବର ୧୦ରେ ଭୋଟ ଗଣତି ହେବ ।

ଅନ୍ୟପଟେ ଭୋଟ ଗ୍ରହଣ ପାଇଁ ନିର୍ବାଚନ ସମୟକୁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ବୃଦ୍ଧି କରାଯାଇଛି । ପ୍ରାର୍ଥୀମାନେ ଅନଲାଇନରେ ନାମାଙ୍କନ ଭରିପାରିବେ । ୫ରୁ ଅଧିକ ଲୋକ ଘରକୁ ଯାଇ ପ୍ରଚାର କରିପାରିବେ ନାହିଁ । ନାମାଙ୍କନପତ୍ର ଦାଖଲ ପାଇଁ ପ୍ରାର୍ଥୀଙ୍କ ସହିତ ୨ଜଣ ବ୍ୟକ୍ତି ଆସି ପାରିବେ ବୋଲି ସେ କହିଛନ୍ତି । ଭର୍ଚୁଆଲ ପ୍ଲାଟଫର୍ମରେ ନିର୍ବାଚନ ପ୍ରଚାର କରାଯିବ । ସାର୍ବଜନୀନ ହେବ ପାର୍ଥୀଙ୍କ ତଥ୍ୟ । ଏହାସହ ମତଦାନର ଶେଷ ଘଣ୍ଟାରେ କରୋନା ପୀଡିତମାନେ ସେମାନଙ୍କର ଭୋଟ୍ ଦେବାକୁ ସମର୍ଥ ହେବେ, ଯେଉଁଥିପାଇଁ ପୃଥକ ବ୍ୟବସ୍ଥା କରାଯିବ |