ଫ୍ରାନ୍ସ : ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଜିନ କାଷ୍ଟେକ୍ସ କୋଭିଡ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ କ୍ୱାରେଣ୍ଟାଇନରେ ଅଛନ୍ତି । ପୂର୍ବରୁ ତାଙ୍କ ଝିଅ ସଂକ୍ରମିତ ହୋଇଥିଲେ । ନିକଟରେ ପ୍ରଧାନମନ୍ତ୍ରୀ ବେଲଜିୟମ ଗସ୍ତରୁ ଫେରି ଆସିଛନ୍ତି । ଦେଶରେ କରୋନା ସଂକ୍ରମଣ ବଢିବାରୁ ସ୍ଥିତି ଚିନ୍ତାଜନକ ହୋଇଛି । ଦେଶର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ୨୪ ଘଣ୍ଟା ମଧ୍ୟରେ ଆଇସିୟୁରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଜଣାପଡିଛି ।