ସମ୍ ଅଲ୍ଟିମେଟରେ ଦୁଇଟି ସଫଳ କିଡ୍‌ନୀ ପ୍ରତ୍ୟାରୋପଣ

ଭୁବନେଶ୍ୱର(ଏସ୍ ନ୍ୟୁଜ): କରୋନା ମହାମାରୀ ସମୟରେ ରୋଗୀଙ୍କୁ ଉତ୍କୃଷ୍ଟ ସେବା ଯୋଗାଇ ଆସୁଛି ସମ୍ ଅଲ୍ଟିମେଟ୍ ମେଡିକେୟାର(ସମ୍ମମ୍) । ଏହି ଜଟିଳ ପରିସ୍ଥିତିରେ ନିକଟରେ ଦୁଇଟି କିଡ୍‌ନୀ ପ୍ରତ୍ୟାରୋପଣ ହସ୍ପିଟାଲରେ ସଫଳତାର ସହ କରାଯାଇଛି।

ଉଭୟ ରୋଗୀ ଜଟିଳ କିଡ୍‌ନୀ ରୋଗର ପଞ୍ଚମ ସ୍ତରରେ ଥିବାରୁ ସେମାନଙ୍କର ସପ୍ତାହକୁ ୩ ଥର ହେମୋଡାଏଲେସିସ୍ କରାଯାଉଥିଲା। ସମସ୍ତ କୋଭିଡ-୧୯ ସଂକ୍ରାନ୍ତୀୟ ସତର୍କତା ପାଳନ କରାଯାଇ ଏହି ଲାଇଭ୍ ଡୋନୋର ପ୍ରତ୍ୟାରୋପଣ କରାଯାଇଛି । ଉଭୟ ଡୋନର ଏବଂ ରୋଗୀ ପ୍ରତ୍ୟାରୋପଣ ହେବାର ୧୦ ଦିନ ମଧ୍ୟରେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଥିବା ବେଳେ ସର୍ଜରୀ ପରେ ସେମାନେ ସୁସ୍ଥ ହେବାରେ ଲାଗିଛନ୍ତି।

ସିନିୟର ୟୁରୋଲୋଜିଷ୍ଟ ଓ କିଡ୍‌ନୀ ପ୍ରତ୍ୟାରୋପଣ ସର୍ଜନ୍ ଡଃ ବିଶ୍ୱଜିତ୍ ନନ୍ଦ, ନେଫ୍ରୋଲୋଜିଷ୍ଟ ଡଃ ତାପସ କୁମାର ବେହେରା, ଡଃ ବିଶ୍ୱରଞ୍ଜନ ମହାନ୍ତି, ଆନେସ୍ଥେସିଓଲୋଜିଷ୍ଟ ଡଃ ସୁରୁପା ଦେବୀପ୍ରଦା ଏବଂ ଡଃ ଦୀପଙ୍କର ପଢ଼ିହାରୀ ଏହି ଦୁଇଟି କିଡ୍‌ନୀ ପ୍ରତ୍ୟାରୋପଣ ଟିମ୍‌ରେ ସାମିଲ୍ ଥିଲେ ଏବଂ ସଫଳତାର ସହ କିଡ୍‌ନୀ ପ୍ରତ୍ୟାରୋପଣ କରିଥିଲେ। ଏହି ଟିମ୍‌କୁ ନର୍ସିଂ ଏବଂ କିଡ୍‌ନୀ ପ୍ରତ୍ୟାରୋପଣ ସଂଯୋଜକ ସମସ୍ତ ସହଯୋଗ କରିଥିଲେ।

ସମ୍ମମ୍ ହେଉଛି ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଯାହାକି ପ୍ରତ୍ୟାରୋପଣ ସର୍ଜରୀ ନିମନ୍ତେ ସ୍ୱତନ୍ତ୍ର ମୋଡୁଲାର୍ ଅପରେସନ୍ ଥିଏଟର୍ ପ୍ରସ୍ତୃତ କରିଛି। ଆନ୍ତର୍ଜାତୀକ ନିୟମ ଏବଂ ସୁଲଭ ମୂଲ୍ୟରେ ପ୍ରତ୍ୟାରୋପଣ କାର୍ଯ୍ୟ ଏବଂ ଉନ୍ନତ ଧରଣର ରୋଗୀ ସେବା ଯୋଗାଇଦେବା ସମ୍ମମ୍‌ର ଲକ୍ଷ୍ୟ। ସମ୍ମମ୍‌ରେ ପ୍ରତ୍ୟାରୋପଣ ଅପରେସନ୍ ଥିଏଟର୍ ଏବଂ ଆଇସିୟୁ ପରସ୍ପରର ଅତି ନିକଟରେ ରହିଛି ଯାହା ଦ୍ୱାରା କି ପ୍ରତ୍ୟାରୋପଣ ୟୁନିଟ୍‌କୁ ଏକ ସମ୍ପୂର୍ଣ୍ଣ ଓ ସ୍ୱତନ୍ତ୍ର ଜୋନ୍‌ରେ ପରିଣତ କରାଯାଇପାରିଛି।