ଆଜିର ମ୍ୟାଚ୍ ଚେନ୍ନାଇ vs ଦିଲ୍ଲୀ

ଦୁବାଇ: ଆଜି ଖେଳାଯିବ ଚଳିତ ଆଇପିଏଲର ସପ୍ତମ ମ୍ୟାଚ୍। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ ଠାରେ ପରସ୍ପର ମୁହାମୁହିଁ ହେବେ ଚେନ୍ନାଇ ସୁପର୍ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ।

ଚେନ୍ନାଇ ପୂର୍ବରୁ ଦୁଇଟି ମ୍ୟାଚ୍ ଖେଳିସାରିଛି। ପ୍ରଥମ ମ୍ୟାଚରେ ଦଳ ମୁମ୍ବାଇକୁ ହରାଇଥିଲା ଏବଂ ପର ମ୍ୟାଚରେ ରାଜସ୍ଥାନ ଠାରୁ ହାରିଥିଲା। ଅନ୍ୟପଟେ ଦିଲ୍ଲୀ ଚଳିତ ସିଜିନରେ ଗୋଟିଏ ମୁକାବିଲା ଖେଳି ସେଇଟିକୁ ଜିତି ସାରିଛି। ପଞ୍ଜାବ ବିପକ୍ଷରେ ଦଳ ଏହି ମୁକାବିଲାଟି ଖେଳିଥିଲା ଏବଂ ମ୍ୟାଚ୍ ସୁପର ଓଭର ପର୍ଯ୍ୟନ୍ତ ଯାଇଥିଲା।

ପ୍ରଥମ ମ୍ୟାଚରେ ଗୋଟିଏ ଓଭର ପକାଇ ଆହତ ହୋଇଥିବା ରବିଚନ୍ଦ୍ରନ ଅଶ୍ୱିନ୍ ଆଜି ଖେଳିବାର ଆଶା ରହିଛି। ଏପଟେ ପ୍ରଥମ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଚେନ୍ନାଇର ଷ୍ଟାର ବ୍ୟାଟ୍ସମ୍ୟାନ ଆଜିର ମ୍ୟାଚରେ ଖେଳିବେ ନାହିଁ ବୋଲି ପୂର୍ବରୁ ଟିମ୍ ମ୍ୟାନେଜମେଣ୍ଟ ସ୍ପଷ୍ଟ କରିସାରିଛି। ଉଭୟ ଦଳ ପୂର୍ବଭଳି ଅପରିବର୍ତ୍ତିତ ରହିବା ଆଶା କରାଯାଉଛି।