ସଞ୍ଜୟ ଓ ତୁଷାରକାନ୍ତିଙ୍କୁ କରୋନା

ଭୁବନେଶ୍ୱର(ଏସ୍ ନ୍ୟୁଜ): କରୋନା ସଂକ୍ରମିତ ହୋଇଛନ୍ତି ରାଜ୍ୟର ଦୁଇ ଚର୍ଚ୍ଚିତ ରାଜନେତା। ଏ ଦୁହେଁ ହେଲେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା। ଉଭୟେ ଏନେଇ ସୋସିଆଲ ମିଡ଼ିଆ ଯୋଗେ ଜଣାଇଛନ୍ତି।

ଦାସବର୍ମା ଟ୍ୱିଟରରେ ଲେଖିଛନ୍ତି ଯେ, ‘ଆଜି ମୁଁ କରୋନା ପଜିଟିଭ୍ ଚିହ୍ନଟ ହେଲି। ଏଣୁ ନିକଟରେ ମୋ ସମ୍ପର୍କରେ ଆସିଥିବା ସମସ୍ତ ବନ୍ଧୁ ଏବଂ ସହକର୍ମୀଙ୍କୁ ସଙ୍ଗରୋଧରେ ରହିବା ଲାଗି ଅନୁରୋଧ କରୁଛି। ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ମୁଁ ମୋର ସମସ୍ତ କାର୍ଯ୍ୟକ୍ରମ ରଦ୍ଦ କରୁୁଛି’।

ସେହିଭଳି ମନ୍ତ୍ରୀ ତୁଷାରକାନ୍ତି ବେହେରା ଲେଖିଛନ୍ତି ଯେ, ‘ଆଜି ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏଣୁ ଗତ ୭ ଦନ ମଧ୍ୟରେ ମୋ ସମ୍ପର୍କରେ ଆସିଥିବା ସମସ୍ତ ବନ୍ଧୁ ଏବଂ ସହକର୍ମୀଙ୍କୁ ସଙ୍ଗରୋଧରେ ରହିବା ଏବଂ ପରୀକ୍ଷା କରାଇନେବା ଲାଗି ଅନୁରୋଧ କରୁଛି। ମୋ ଠାରେ ଲକ୍ଷଣ ଦେଖାଦେଇଥିବାରୁ ଔଷଧ ଖାଉଛି। ମୁଁ ଗୃହ ସଙ୍ଗରୋଧରେ ଠିକଠାକ ଅଛି’।

ମୁଖ୍ୟମନ୍ତ୍ରୀ ନବୀନ ଏ ସମ୍ପର୍କରେ ଅବଗତ ହେବାସହ ଉଭୟଙ୍କ ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟର ବହୁ ମନ୍ତ୍ରୀ, ବିଧାୟକ, ସାଂସଦ କରୋନାରେ ଆକ୍ରାନ୍ତ ହୋଇସାରିଲେଣି। ଅନେକେ ସୁସ୍ଥ ହୋଇଥିବା ବେଳେ ଆଉକିଛି ଚିକିତ୍ସାଧୀନ ଅଛନ୍ତି।