ନୂଆଦିଲ୍ଲୀ : ଗୋଟିଏ ଘରୁ ୪ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣା ନୂଆଦିଲ୍ଲୀର ସମୟପୁର ବାଦଲି ଅଞ୍ଚଳର ସିରସପୁର ଗାଁରେ ଘଟିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକକୂଳ ପରିବେଶ ସୃଷ୍ଟି ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛଇ । ଏମାନଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ ଓ ଦୁଇ ଶିଶୁ ଅଛନ୍ତି । ପରିବାରର ମୁଖ୍ୟ ଅର୍ଥାତ ସ୍ୱାମୀ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ମାରି ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ । ଏନେଇ ପୋଲିସ ତଦନ୍ତ କରୁଥିବା ଜଣାପଡିଛି ।
ପାରିବାରିକ କଳହ ଯୋଗୁଁ ଏହି ଘଟଣା ଘଟିଥିବା ପୋଲିସ ସନ୍ଦେହ କରୁଛି । ପତ୍ନୀ ୨ ମାସ ହେବ ଅଲଗା ରହୁଥିଲେ ବୋଲି ଜଣାପଡିଛି । ତାଙ୍କ ସ୍ୱାମୀ ଏକ କାରଖାନାରେ କାମ କରୁବା ସହ ଘର ଭଡା ନେଇ ରହୁଥିଲେ । ସ୍ତ୍ରୀ ଓ ପିଲାଙ୍କୁ ବିଷ ଦେଇ ହତ୍ୟା କରିବା ସହ ଅମିତ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଶବ ବ୍ୟବଛେଦ ପରେ ଏହା ଜଣାପଡିବ ବୋଲି ପୋଲିସ କହିଛି ।