କର୍ମଚାରୀଙ୍କୁ ଏକ ଟଙ୍କାରେ ଘର

ଲକ୍ଷନଉ: ଉତ୍ତର ପ୍ରଦେଶରେ ଯୋଗୀ ସରକାର କର୍ମଚାରୀଙ୍କ ଲାଗି ଏକ ବଡ ଘୋଷଣା କରିଛନ୍ତି । ଆଗକୁ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଏକ ସ୍କିମ ଉପରେ କାମ କରୁଛନ୍ତି । ଉତ୍ତର ପ୍ରଦେଶ ସରକାର ଗ୍ରୁପ ସି ଓ ଡିର ଲକ୍ଷାଧିକ କର୍ମଚାରୀ ଏବଂ ଓକିଲଙ୍କୁ ସବସିଡିରେ ଘର ଯୋଗାଇବାକୁ ପ୍ରସ୍ତୁତି କରୁଛନ୍ତି । କର୍ମଚାରୀଙ୍କୁ ଏହି ଘର କିଣିବା ପାଇଁ ମାତ୍ର ଏକ ଟଙ୍କା ଦେବାକୁ ହେବ । ସେମାନେ ଏହାକୁ ୧୦ ବର୍ଷ ପର୍ଯ୍ୟନ୍ତ ବିକ୍ରି କରି ପାରିବେ ନାହିଁ ।

ସୂଚନା ଅନୁଯାୟୀ ଏହାର ଡ୍ରାଫ୍ଟ ଉଚ୍ଚ ଅଧିକାରୀଙ୍କ ବୈଠକରେ ପ୍ରସ୍ତୁତ କରାଯାଇଛି । ଉଚ୍ଚସ୍ତରୀୟ ଅଧିକାରୀଙ୍କଠୁ ମଞ୍ଜୁରୀ ମିଳିବା ପରେ ଏହିକୁ କ୍ୟାବିନେଟ୍‌ରେ ପାସ କରାଯିବ । ଅନ୍ୟପକ୍ଷରେ ଗ୍ରୁପ ସି ଏବଂ ଡି’ର କର୍ମଚାରୀଙ୍କୁ ରିହାତିରେ ଘର ଦେବାର କୌଣସି ବ୍ୟବସ୍ଥା ନଥିଲା । ଗ୍ରୁପ ସି ଏବଂ ଡି’ର କର୍ମଚାରୀ ଏବଂ ଏମିତି ଓକିଲ ଅଛନ୍ତି ଯାହାଙ୍କ ଆୟ ଅଧିକ ନାହିଁ । ସେମାନଙ୍କୁ ଘର କିଣିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏଥିପାଇଁ ସେମାନଙ୍କୁ ରିହାତିରେ ଘର ଦେବା ଉପରେ ତର୍ଜମା କରାଯିବା ସହ ରାଜ୍ୟ ସରକାର ଡ୍ରାଫ୍ଟ ପ୍ରସ୍ତୁତ କରୁଛନ୍ତି । ଘର ଯୋଗାଇ ଦେବାର ପ୍ରକ୍ରିୟା କଣ ରହିବ ଏ ନେଇ ପ୍ରାରମ୍ଭିକ ପର୍ଯ୍ୟାୟରେ ସହମତି ପ୍ରକାଶ ପାଇଛି । କେଉଁ କର୍ମଚାରୀଙ୍କୁ ଘର ଦିଆଯିବ ଏ ନେଇ ମାନଦଣ୍ଡ ମଧ୍ୟ ପ୍ରସ୍ତୁତ କରାଯିବ ।