ବାପା ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଜନସନ୍‌

ଇଂଲଣ୍ଡ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ପୁଣି ବାପା ହୋଇଛନ୍ତି । ତାଙ୍କ ପତ୍ନୀ କେରୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ପୂର୍ବରୁ ଗତବର୍ଷ ବୋରିସଙ୍କ ଏକ ଶିଶୁପୁତ୍ର ଜନ୍ମ ହୋଇଥିଲେ । ପ୍ରଧାନମନ୍ତ୍ରୀ ବୋରିସ ତାଙ୍କ ଜେଜେବାପାଙ୍କ ନାଁ ଅନୁଯାୟୀ ପୁଅର ନାଁ ରଖିଥିଲେ । ସୂଚନା ମୁତାବକ ବୋରିସ ଏବଂ କେରୀ ୨୦୧୮ରୁ ଏକାଠି ରହୁଛନ୍ତି । ଚଳିତ ବର୍ଷ ମେ’ ୨୯ରେ ଏକ ଗୁପ୍ତ ସମାରୋହରେ ଉଭୟ ବିବାହ କରିଥିଲେ । ଏହି ବିବାହ ସମାରୋହରେ ୩୦ ଜଣ ଅତିଥି ଅଂଶଗ୍ରହଣ କରିଥିଲେ । ବୋରିସ୍‌ ଜନସନ ପୂର୍ବରୁ ଦୁଇଥର ବିବାହ କରିସାରିଛନ୍ତି ଏବଂ ତାଙ୍କର ୬ଟି ସନ୍ତାନ ଅଛି ।