ସ୍ୱର୍ଣ୍ଣ ମନ୍ଦିରରେ କିମ୍‌ ଶର୍ମା

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ କିମ ଶର୍ମା ଓ ତାଙ୍କ ବଏଫ୍ରେଣ୍ଟ ତଥା ଟେନିସ୍‌ ଖେଳାଳି ଲିଏଣ୍ଡର୍‌ ପେସ୍‌ ଅମୃତସରର ସ୍ୱର୍ଣ୍ଣ ମନ୍ଦିର ପରିଦର୍ଶନ କରିଥିଲେ । ଏନେଇ ଅଭିନେତ୍ରୀ ମନ୍ଦିରରୁ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଇନଷ୍ଟାରେ ସେୟାର ହୋଇଥିବା ଫଟୋ ସହିତ କିମ ଶର୍ମା ଏକ ସୁନ୍ଦର ନୋଟ୍‌ ମଧ୍ୟ ସେୟାର କରିଛନ୍ତି । କ୍ୟାପସନରେ କିମ ଲେଖିଛନ୍ତି, ମୁଁ ଅନ୍ୟ କୌଣସି ସ୍ଥାନରେ ଏହିପରି ଅନୁଭବ କରି ନାହିଁ । ସ୍ୱର୍ଣ୍ଣ ମନ୍ଦିରକୁ ପୁନର୍ବାର ଆସିଥିବାରୁ ଧନ୍ୟ ମନେ କରୁଛି । କିମ ଶର୍ମା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି । ସେ ଲିଏଣ୍ଡର ପେସଙ୍କ ସହ ଫଟୋ ମଧ୍ୟ ସେୟାର କରନ୍ତି ।