ନୂଆଦିଲ୍ଲୀ : ଭାରତରେ ଖୁବଶୀଘ୍ର କରୋନାର ତୃତୀୟ ଲହର ଆସିବ । ତେଣୁ ଏବେଠୁୁ ପ୍ରସ୍ତୁତି ଆରମ୍ଭ କରିବାକୁ କହିଛନ୍ତି ଫର୍ଟିସ ଏସ୍କର୍ଟସ ହାର୍ଟ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଅଶୋକ ସେଠ୍ । ସେ କହିଛନ୍ତି ଯେ ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ତେଣୁ ଏହା ଭାରତରେ ତୃତୀୟ କୋଭିଡ ଲହରର କାରଣ ହୋଇପାରେ । କିନ୍ତୁ ଓମିକ୍ରନ ଅତ୍ୟଧିକ ସଂକ୍ରାମକ ହୋଇଥିବାରୁ ବହୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହୋଇପାରନ୍ତି ।
ବିଶେଷ କରି ଯେଉଁମାନଙ୍କର ରୋଗ ପ୍ରତିରୋଧକ କମ ସେମାନଙ୍କ ପାଇଁ ଏହା ଘାତକ ହୋଇପାରେ । ଏଣୁ ତୃତୀୟ ଲହର ଆସିବା ପୂର୍ବରୁ ବୁଷ୍ଟର୍ ଡୋଜ୍ର ବ୍ୟବସ୍ଥା କରିବା ନିହାତି ଦରକାର ବୋଲି ସେ କହିଛନ୍ତି । ସେହିପରି ମେଡିକାଲ ଭିତ୍ତିଭୂମି ଅଧିକ ସଂଖ୍ୟକ ଆକ୍ରାନ୍ତଙ୍କୁ କେମିତି ଚିକିତ୍ସା ସୁବିଧା ଯୋଗାଇ ହେବ ସେନେଇ ପ୍ରସ୍ତୁତ ରହିବା ଲାଗି ସେ ପରାମର୍ଶ ଦେଇଛନ୍ତି ।