ହରନାଜଙ୍କ ସହ ଫଟୋ ସେୟାର କରି ଟ୍ରୋଲ୍‌ ହେଲେ ଥରୁର

ନୂଆଦିଲ୍ଲୀ: ଦୀର୍ଘ ୨୧ ବର୍ଷ ପରେ ଭାରତ ମିସ ୟୁନିଭର୍ସ ୨୦୨୧ ମୁକୁଟଜିତି ସୁନ୍ଦରୀ ହରନାଜ ସନ୍ଧୁ ଇତିହାସ ରଚିଛନ୍ତି । ପଞ୍ଜାବର ଝିଅ ହରନାଜ ସନ୍ଧୁ ଭାରତ ଫେରିଛନ୍ତି । ଏହା ପୂର୍ବରୁ କଂଗ୍ରେସ ନେତା ଶଶୀ ଥରୁର ହରନାଜଙ୍କୁ ସାକ୍ଷାତ କରି ଟ୍ୱିଟରରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି ଯେ ହରନାଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଶଶୀ ଥରୁରଙ୍କ ଏହି ଫଟୋ ସେୟାର କରିବା ପରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହ ୟୁଜର୍ସ ପ୍ରତିକ୍ରିୟା ରଖିଛନ୍ତି । ଥରୁରଙ୍କ ଟ୍ୱିଟ ପରେ ୟୁଜର୍ସ ବିଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ ଆପଣ ରାଜନୀତିର ରଣବୀର କପୁର । ଆଉ ଜଣେ ୟୁଜର ଲେଖିଛନ୍ତି ଯେ, ମୁଁ ଯୁବତୀ ଲଢ଼ିପାରିବି, ପ୍ରଚାର ପାଇଁ ହରନାଜ ବେଷ୍ଟ । ଆଉ ଜଣେ ଲେଖିଛନ୍ତି, ସାର ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ପାଇଁ ମଧ୍ୟ ଗୋଟିଏ ମେସେଜ ଦିଅନ୍ତୁ ।