୨୧ ହେଲେ ବାହାଘର!

ନୂଆଦିଲ୍ଲୀ: ଝିଅମାନଙ୍କର ବିବାହ ବୟସ ୧୮ରୁ ୨୧ ବର୍ଷକୁ ବୃଦ୍ଧି କରିବା ପ୍ରସ୍ତବାକୁ କ୍ୟାବିନେଟ୍‌ ପାରିତ କରିହୋଇଥିôବା ସୂଚନା ମିଳିଛି । ନୀତି ଆୟୋଗଦ୍ୱାରା ଗଠିତ ‘ଟାସ୍କ ଫୋର୍ସ’ ମାତୃତ୍ୱର ଉଚିତ ବୟସ, ମାତୃ ମୃତ୍ୟୁହାର ହ୍ରାସର ଜରୁରୀ, ପୋଷକତତ୍ତ୍ୱ ସ୍ତରରେ ଉନ୍ନତି ଏବଂ ସେଭଳି ସମସ୍ୟାଗୁଡିକୁ ପରୀକ୍ଷା କରିବା ପରେ କରିଥିବା ସୁପାରିସ ଭିତ୍ତିରେ ଏହି ପ୍ରସ୍ତାବ ଆଧାରିତ ।

ପ୍ରଥମ ଶିଶୁ ଜନ୍ମ କରିବା ପାଇଁ ଝିଅଙ୍କର ସର୍ବନିମ୍ନ ବୟସ ୨୧ ହେବା ଉଚିତ ବୋଲି ଟାସ୍କ ଫୋର୍ସ କହିଥିଲା । ଏହାଛଡା, ବିବାହରେ ବିଳମ୍ବ ହେଲେ, ଆର୍ଥିକ, ପରିବାରର ସାମାଜିକ ଏବଂ ସ୍ୱାସ୍ଥ୍ୟ, ମହିଳା, ଶିଶୁ ଏବଂ ସମାଜ ଉପରେ ସୁପ୍ରଭାବ ପଡିବ ବୋଲି ମଧ୍ୟ ଟାସ୍କ ଫୋର୍ସ କହିଥିଲା । ଅନ୍ୟପକ୍ଷରେ ପୂର୍ବରୁ ଝିଅମାନଙ୍କର ବିବାହ ବୟସ ବୃଦ୍ଧି ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଥିଲେ ।