କୋଭିଡ ନିୟମ ଭାଙ୍ଗି ଅଡୁଆରେ ଆଲିଆ ଭଟ୍ଟ

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ଆଲିଆ ଭଟ୍ଟାଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ଆଲିଆଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିଥିଲା । କିନ୍ତୁ ବିଏମସି ନିୟମ ଅନୁଯାୟୀ ହାଇ ରିସ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ ୧୪ ଦିନ ହୋମ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ । କିନ୍ତୁ ଆଲିଆ ଏହାକୁ ମାନିନଥିଲେ । ବ୍ରହ୍ମାସ୍ତ୍ରର ପୋଷ୍ଟର ଉନ୍ମୋଚନ ପାଇଁ ରଣବୀର କପୁରଙ୍କ ସହ ଦିଲ୍ଲୀ ଆସିବା ସହ ସେ ଅନେକ ଲୋକଙ୍କୁ ଭେଟିଥିଲେ । ଏଭଳି ପରିସ୍ଥିତିରେ ସେ ନିୟମ ଉଲ୍ଲଂଘନ କରିଥିବା ନେଇ ବିଏମସି ଏହି ଘଟଣାର ଯାଞ୍ଚ କରୁଛି । ସେହିପରି ସ୍ୱାସ୍ଥ୍ୟ ବିଭାଗ ଆଲିଆଙ୍କୁ କହିଛି ଯେ, ତୁମେ ନିୟମ ଭଙ୍ଗିଛ, ତେଣୁ ତୁମେ ଦିଲ୍ଲୀରେ ରୁହ । ମୁମ୍ବାଇକୁ ଫେରନ୍ତୁ ନାହିଁ । ଫଳରେ ଭାଇରସ ଅଧିକ ଲୋକଙ୍କୁ ବ୍ୟାପିବ ନାହିଁ । କିନ୍ତୁ ଏଥିର ଆଲିଆ ରାଜି ନ ହୋଇ ମୁମ୍ବାଇ ଫେରି ଆସିଥିଲେ । ସୂଚନା ଅନୁସାରେ କରଣ ଜୋହରଙ୍କ ଫିଲ୍ମ ‘କଭି ଖୁସି କଭି ଗମ୍‌’ର ୨୦ ବର୍ଷ ପୂର୍ତ୍ତି ଅବସରରେ ଏକ ପାର୍ଟି ଆୟୋଜନ କରିଥିଲେ ।

ଏହି ପାର୍ଟିରେ କରୀନା କପୁର, ଅମୃତା ରାଓଙ୍କ ସମେତ ଆଲିଆ ଭଟ୍ଟ ଯୋଗ ଦେଇଥିଲେ । ଏହି ପାର୍ଟି ପରେ କରୀନା ଓ ଅମୃତା କରୋନାରେ ସଂକ୍ରମିତ ହୋଇଥିଲେ । ଏମାନଙ୍କ ସହ ଆସିଥିବା ଆଲିଆ କୋଭିଟ ଟେଷ୍ଟ କରିଥିଲେ । କିନ୍ତୁ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । କିନ୍ତୁ ବିଏମସି ତାଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଥିଲା ।