ଚାଇନାରେ ରିଲିଜ ହେବ ଛିଛୋରେ

ମୁମ୍ବାଇ : ସ୍ୱର୍ଗତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ଫିଲ୍ମ ‘ଛିଛୋରେ’ ଖୁବଶୀଘ୍ର ଚାଇନାରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ୭ରୁ ଚାଇନା ଥିଏଟରରେ ରିଲିଜ ହେବ ବୋଲି ଜଣାପଡିଛି । ବକ୍ସ ଅଫିସରେ ହିଟ ହୋଇଥିବା ଫିଲ୍ମ ‘ଛିଛୋରେ’ ଚାଇନାର ୧୧ ହଜାର ସ୍କ୍ରିନରେ ରିଲିଜ ହେବ । ଏହି ଫିଲ୍ମ ୨୦୧୯ ସେପ୍ଟେମ୍ବର ୬ରେ ଭାରତରେ ରିଲିଜ ହୋଇଥିଲା ।

ଏହି ଫିଲ୍ମରେ ସୁଶାନ୍ତଙ୍କ ସହ ଶ୍ରଦ୍ଧା କାପୁର, ବରୁନ ଶର୍ମା, ପ୍ରତୀକ ବବର, ତାହିର ରାଜ ଭାସିନ, ନବୀନ ପୋଲିଶେଟି ଆଦି ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।