ଏହି ଦେଶରେ ମୋଦିଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୁଟାନ ନିଜ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନୀତି କରିଛି । ଭାରତ ସବୁବେଳେ ସହଯୋଗର ହାତ ବଢାଉଥିବାରୁ ଭୁଟାନର ପ୍ରଧାନମନ୍ତ୍ରୀ ଲୋଟୟା ଟଶେରିଙ୍ଗଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୁଟାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜାରି କରିଥିବା ବିବୃତିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦି ଏହି ପୁରସ୍କାର ପାଇଁ ଯୋଗ୍ୟ ଓ ଭୁଟାନବାସୀଙ୍କ ତରଫରୁ ତାଙ୍କୁ ଅଭିନନ୍ଦନ ।

ବିଶେଷ କରି କୋଭିଡ ମହାମାରୀ ସମୟରେ ଭାରତ ସବୁ ସମୟରେ ଭୁଟାନ ସହ ଛିଡା ହୋଇଥିଲା । କରୋନା ସମୟରେ ଭାରତ ସରକାର ଭୁଟାନ ସମେତ ଅନେକ ଦେଶକୁ କୋଭିଡ ପ୍ରତିଶେଧକ ଟିକା ପଠାଇଥିଲେ । ପଡୋଶୀ ପ୍ରଥମ ନୀତିରେ ଭାରତ ସରକାର କାମ କରୁଛନ୍ତି । ଏହି କାରଣରୁ ଭୁଟାନ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହାୟତାକୁ ସମ୍ମାନୀତ କରାଯାଇଛି ।