ଉତ୍ତରପ୍ରଦେଶରେ ଖୁବଶୀଘ୍ର ଆରମ୍ଭ ହେବ ଶିଶୁଙ୍କୁ ଟିକାକରଣ

ଲକ୍ଷେ୍ନø : ଉତ୍ତରପ୍ରଦେଶରେ ଖୁବଶୀଘ୍ର ଆରମ୍ଭ ହେବ ଶିଶୁଙ୍କୁ ଟିକାକରଣ । ୧୨ରୁ ୧୮ ବର୍ଷ ବୟସର ପିଲାଙ୍କୁ ଟିକାକରଣ କରିବାକୁ ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶର ସରକାର । ତେବେ ଅସୁସ୍ଥ ତଥା ଦିବ୍ୟାଙ୍ଗ ଶିଶୁଙ୍କୁ ପ୍ରାଥମିକତା ଭିତ୍ତିରେ ଟିକାଦେବାକୁ ଘୋଷଣା କରାଯାଇଛି । ଏନେଇ ଶିଶୁଙ୍କୁ ଟିକାକରଣ ପାଇଁ ମଞ୍ଜୁରୀ ଦେଇଛନ୍ତି ଯୋଗୀ ସରକାର । ପ୍ରଥମେ ରାଜ୍ୟର ୧୧ ଜିଲ୍ଲାରେ ଏହି ଟିକାକରଣ ଆରମ୍ଭ ହେବ । ପରେ ଅନ୍ୟଜିଲ୍ଲାରେ ଟିକାକରଣ ଆରମ୍ଭ କରାଯିବ ।

ଦେଶରେ କୋଭିଡର ତୃତୀୟ ଲହର ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି । ମହାରାଷ୍ଟ୍ର ସହ ଅନ୍ୟ କିଛି ରାଜ୍ୟରେ ସଂକ୍ରମଣ ଧିରେ ଧିରେ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଶିଶୁଙ୍କୁ ଟିକାକରଣ କରିବା ନିହାତି ଜରୁରୀ ହୋଇପଡିଛି । ସବୁଠାରୁ ବଡ କଥା ହେଉଛି ଶିଶୁଙ୍କୁ ୩ଟି ଡୋଜ୍‌ ଟିକା ଦିଆଯିବ । ସର୍ବପ୍ରଥମେ ଦିବ୍ୟାଙ୍ଗ ତଥା ବିଭିନ୍ନ ରୋଗରେ ପୀଡିତ ଥିବା ଶିଶୁଙ୍କୁ ଟିକାକରଣ କରାଯିବ । ଉତ୍ତର ପ୍ରଦେଶର ଟିକାକରଣ ଦାୟିତ୍ୱରେ ଥିବା ନୋଡାଲ ଅଫିସର କହିଛନ୍ତି ୟୁପି ସରକାର ବର୍ତ୍ତମାନ ଟିକା କିଣିବା ଜାରି ରଖିଛନ୍ତି । ଆଉ ମାତ୍ର କିଛିଦିନ ମଧ୍ୟରେ ଶିଶୁମାନଙ୍କୁ ଟିକାକରଣ ଆରମ୍ଭ କରାଯିବ । ସେହିପରି ଶିଶୁମାନଙ୍କୁ ଏହି ଟିକା ନେବା ସମୟରେ ଯନ୍ତ୍ରଣା ହେବନାହିଁ ବୋଲି ଜଣାପଡିଛି ।