ରାଜ୍ୟର ତିଆରି ହେବ ୫୫ଟି ନୂଆ ବସଷ୍ଟାଣ୍ଡ

ଭୁବନେଶ୍ୱର : ରାଜ୍ୟରେ ତିଆରି ହେବ ୫୫ଟି ନୂଆ ବସ୍‌ଷ୍ଟାଣ୍ଡ । ଏନେଇ ଘୋଷରା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାତ୍ରୀଙ୍କ ଗମନାଗମନକୁ ସୁବିଧା କରିବା ପାଇଁ ୨୨ଜିଲ୍ଲାରେ ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣ ହେବ । ଏହି ନୂଆ ବସଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ସମସ୍ତ ବ୍ଲକକୁ ବସ୍‌ ସଂଯୋଗ କରାଇବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ୨୨ ଜିଲ୍ଲାରେ ହେବାକୁ ଥିବା ନୂଆ ବସଷ୍ଟାଣ୍ଡ ଜିଲ୍ଲା ମୁଖ୍ୟାଳୟ ସମେତ ଆର୍ଥିକ କାରବାର ତଥା ପର୍ଯ୍ୟଟନ କ୍ଷେତ୍ରଗୁଡିକ ପାଇଁ ବେଶ ସହାୟକ ହେବ ।