ମୁମ୍ବାଇ: ଡ୍ରଗ୍ସ ମାମଲାରେ ଫସିଥିବା ଆର୍ଯ୍ୟନ୍ ଖାନଙ୍କ ନାମ ଆସିବାଠାରୁ ଶାହରୁଖ ଖାନ ଓ ତାଙ୍କ ପରିବାର ବହୁ ଚିନ୍ତିତ ଥିଲେ । ଏବେ ପୁଣି ତାଙ୍କ ଲାଇଫ୍ ପୂର୍ବପରି ଫେରି ଆସିଛି । ୩ ମାସ ପରେ ଶାହାରୁଖଙ୍କୁ ସୁଟିଂ ସେଟରେ ଦେଖିବାକୁ ମିଳିଛି ।
ସୁଟିଂ ସେଟରୁ ଅଭିନେତାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ଶାହାରୁଖଙ୍କ ଫଟୋ ଇନଷ୍ଟାରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଶାହାରୁଖ ସୁଟିଂ କରିବାକୁ ଯାଉଛନ୍ତି । ତେବେ ଏପର୍ଯ୍ୟନ୍ତ କୌଣସି ଅଭିନେତା କିମ୍ବା ଫିଲ୍ମ ନିର୍ମାତାଙ୍କଠାରୁ କୌଣସି ଅଫିସିଆଲି ସୂଚନା ମିଳିନାହିଁ । ତେବେ ସେ ଯାହା ହେଉ ଅଭିନେତାଙ୍କ ଫଟୋ ଦେଖିବା ପରେ ତାଙ୍କ ପ୍ରଶଂସକ ଖୁସି ହୋଇଯାଇଛନ୍ତି ।