ମଧୁବନକୁ ନେଇ ବିବାଦରେ ସନି

ମୁମ୍ବାଇ : ବଲିଉଡର ଅଭିନେତ୍ରୀ ତଥା ଗ୍ଲାମରସ ସନି ଲିଓନି ନୂଆ ଗୀତ ‘ମଧୁବନ’କୁ ନେଇ ଏବେ ବିବାଦ ଦେଖାଦେଇଛି । ନିକଟରେ ରିଲିଜ ହୋଇଥିବା ଭିଡିଓରେ ତାଙ୍କ ଡାନ୍ସନେଇ ଏବେ ଚର୍ଚ୍ଚାରେ ସନି ଲିଓନି । ଯାହାକୁ ନେଇ ତାଙ୍କୁ ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲ୍‌ କରାଯାଉଛି । ଅଭିଯୋଗ ହୋଇଛି ଯେ, ଏହି ଗୀତ ଜରିଆରେ ସନି ହିନ୍ଦୁଙ୍କ ଭାବନାକୁ ଆଘାତ ପହଞ୍ଚାଉଛନ୍ତି ।

ସନିଙ୍କ ଗୀତ ରିଲିଜ୍‌ ହେବା ପରେ ସେ ଏକ ଟ୍ୱିଟ୍‌ କରିକହିଥିଲେ ଯେ କ’ଣ ଆପଣ ଏହି ଗୀତ ଦେଖି ସାରିଲେଣି ଯାହାର ଉତ୍ତରରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିବା ସହ ଏହା ଦ୍ୱାରା ହିନ୍ଦୁଙ୍କ ଭାବନାକୁ ଆଘାତ ପହଞ୍ଚିଛି । ଜଣେ ୟୁଜର କହିଛନ୍ତି ରାଧିକା ଡାନ୍ସର ନୁହେଁ ଭକ୍ତ ଥିଲେ । ମଧୁବନ ଏକ ଶାନ୍ତିର ସ୍ଥାନ । ମଧୁବନରେ ରାଧା ଏମିତି ଡାନ୍ସ କରୁନଥିଲେ । ୟୁଜର୍ସମାନେ ତାଙ୍କର ଏହି ଗୀତକୁ ବୟକଟ କରିବାକୁ ଦାବି କରୁଛନ୍ତି । ଅନ୍ୟପକ୍ଷରେ ଏହି ଗୀତରେ ସନ୍ନି ଯେଉଁଭଳି ଭାବରେ ‘ରାଧା’ କିମ୍ବା ‘ରାଧିକା’ ନାମରେ ନାଚୁଛନ୍ତି, ତାହା ଅତ୍ୟନ୍ତ ଆପତ୍ତିଜନକ ଅଟେ ।