ଟ୍ରକ୍‌ ଧକ୍କାରେ ଦୁଇ ମୃତ୍ୟୁ

ଦେବଗଡ: ସ୍କୁଟି ଆରୋହୀଙ୍କ ଉପରେ ଚଢିଗଲା ମାଲବାହୀ ଟ୍ରକ । ଏହି ଦୁର୍ଘଟଣା ଦେବଗଡ ୪୯ ନମ୍ବର ଜାତୀୟ ରାଜପଥର ନୂଆଁଭୁଇଁ ନିକଟରେ ଘଟିଛି । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଦୁର୍ଘଟଣା ଫଳରେ କୋଲକାତା-ମୁମ୍ବାଇ ଜାତୀୟ ରାଜପଥରେ ଗାଡି ଚଳାଚଳ ବ୍ୟାହତ ହୋଇଛି ।