ଭୁବନେଶ୍ୱର,(ସାକ୍ସୀ ନ୍ୟୁଜ୍): ବିଜେଡି ପାଳୁଛି ୨୫ ତମ ପ୍ରତିଷ୍ଠା ଦିବସ । ଭୁବନେଶ୍ୱର ସ୍ଥିତ ବିଜେଡି ମୁଖ୍ୟ କାର୍ୟ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳନ ହୋଇଛି । ପ୍ରତିଷ୍ଠା ଦିବସରେ ଆୟୋଜିତ ସଭାକୁ ସମ୍ବୋଧିତ କରି ଗୁରୁମନ୍ତ୍ର ଦେଇଛନ୍ତି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ବିଜୁ ଜନତା ଦଳ ଏକ ଦଳ ନୁହେଁ ବରଂ ଏହା ଏକ ଆନ୍ଦୋଳନରେ ପରିଣତ ହୋଇଛି। ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି । ସଂସଦରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରିଛନ୍ତି ନବୀନ । ଆମେ ଭାବିନଥିବା କଥାକୁ ନବୀନ କରି ଦେଖାଇଛନ୍ତି । ନିର୍ବାଚନ ଜିତିବାକୁ ନବୀନଙ୍କ ନାଁ ଯଥେଷ୍ଟ ବୋଲି କହିଛନ୍ତି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ।
ସେହିପରି ସଂଜୟ ଦାସବର୍ମା ଓ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ବରିଷ୍ଠ ନେତା ଆଗାମୀ ଦିନରେ ଦଳ ଓ ସଂଗଠନକୁ କିଭଳି ମଜବୁତ କରିହେବ ସେନେଇ କର୍ମୀଙ୍କୁ ଉପଦେଶ ଦେଇଛନ୍ତି । ଧରାପୃଷ୍ଠରେ ଥିବା ପର୍ୟ୍ୟନ୍ତ ନବୀନଙ୍କୁ କ୍ଷମତାଚ୍ୟୁତ କରିବେ ନାହିଁ ଓଡ଼ିଶାବାସୀ । ଆଜି ପ୍ରତିଷ୍ଠା ଦିବସରେ ବିଜେଡ଼ି ନେତାମାନେ ଏହିଭଳି ଦମ୍ଭୋକ୍ତି କରିଛନ୍ତି । କର୍ମୀମାନଙ୍କୁ ସମ୍ବୋଧନ କରି କହିଛନ୍ତି ବିରୋଧୀ ଷଡ଼ଯନ୍ତ୍ରର ମୁକାବିଲା ପାଇଁ ପ୍ରସ୍ତୁତ ରୁହ ।