୧୦ ଲକ୍ଷ ଯୁବକଙ୍କୁ ମିଳିବ ରୋଜଗାର: ତେଜସ୍ୱୀ ଯାଦବ

ପାଟନା: ବିହାରରେ ବାଜିଛି ନିର୍ବାଚନ ବିଗୁଲ। ଏହାକୁ ନେଇ ରାଜନୈତିନ ଦଳ ପରସ୍ପର ଉପରେ ଲଢେଇ ସହ ଆକ୍ରମଣ କରିବାକୁ ସଜବାଜ ହେବାରେ ଲାଗିଛନ୍ତି । ଠିକ ଏହି ସମୟରେ ବରୋଧୀ ଦଳର ନେତା ତେଜସ୍ୱୀ ଯାଦବ ବିହାରର ଯୁବକ ଓ ନିଯୁକ୍ତି ପ୍ରସଙ୍ଗକୁ ନେଇ ଏକ ବଡ ଘୋଷଣା କରିଛନ୍ତି । ପାଟନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତେଜସ୍ୱୀ କହିଛନ୍ତି ଯେ, ‘ଯଦି ତାଙ୍କ ସରକାର ଗଠନ ହୁଏ, ତେବେ ବେରୋଜଗାରର ହିତକୁ ନେଇ କ୍ୟାବିନେଟ ବୈଠକ ହେବ ଓ ୧୦ ଲକ୍ଷ ଲୋକଙ୍କୁ ସରକାରୀ ଚାକିରି ଅର୍ଥାତ ରୋଜଗାର ଦିଆଯିବ।

ଅନ୍ୟପଟେ ବିହାର ସରକାରଙ୍କ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀକୁ ଦର୍ଶାଇ ତେଜସ୍ୱୀ ଯାଦବ ଏଭଳି କହିଥିବା କହିଛନ୍ତି । ତେଜସ୍ୱୀ ଯାଦବ କହିଛନ୍ତି ଯେ ଆମେ ବେରୋଜଗାରୀଙ୍କୁ ନିଜ ସହ ଯୋଡିବା ଆରମ୍ଭ କରିଥିବା ଅଭିଯାନକୁ ଏକ ବଡ଼ ସଫଳତା ପ୍ରମାଣିତ କରିଛି । ତେଣୁ ସରକାର ଗଠନ ହେବାର ଖୁବ ଶୀଘ୍ର ଆମେ ୧୦ ଲକ୍ଷ ସରକାରୀ ଚାକିରି ପାଇଁ ନିଯୁକ୍ତି ଉପରେ ନିଷ୍ପତ୍ତି ନେବୁ ବୋଲି ତେଜସ୍ୱୀ କହିଛନ୍ତି।