ନୂଆଦିଲ୍ଲୀ: ସାରା ଦେଶରେ ଓମିକ୍ରନ ଆତଙ୍କକୁ ଦୃଷ୍ଟିରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟକୁ ଚିଠି ଲେଖି ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ଜାନୁୟାରୀ ୩୧ ଯାଏଁ କଟକଣା ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ସ୍ୱାସ୍ଥ୍ୟ ବିଭାଗର ୫ ସୂତ୍ରୀ କଟକଣାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ୧୦ ପ୍ରତିଶତରୁ ଅଧିକ କେସ୍ ଆସିଲେ କଣ୍ଟେନମେଣ୍ଟ ଜୋନ ହେବ । ୪୦ ପ୍ରତିଶତ କୋଭିଡ ବେଡ୍ ଫିଲଅପ ହେଲେ ନିଷ୍ପତ୍ତି ନେବ ପ୍ରଶାସନ ।