ପୁଣି ଅମିତ୍ ଶାହା ଅସୁସ୍ଥ, ଏମ୍ସରେ ଭର୍ତ୍ତି ହେଲେ

ନୂଆଦିଲ୍ଲୀ (ଏସ୍ ନ୍ୟୁଜ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଣିଥରେ ଅସୁସ୍ଥ ହୋଇଛନ୍ତି। ନିଶ୍ବାସ ନେବାରେ ଅସୁବିଧା ହେବାରୁ ଗତକାଲି ରାତି ୨ଟାରେ ତାଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଛି।

ଶାହାଙ୍କୁ ଦିଲ୍ଲୀ ଏମ୍‌ସର ଓଲ୍ଡ ପ୍ରାଇଭେଟ ୱାର୍ଡ଼ରେ ଚିକିତ୍ସା କରାଯାଉଛି। ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି। ସେ ମେଡିକାଲରେ ରହି ତାଙ୍କର ସମସ୍ତ କାର୍ଯ୍ୟ କରିବେ। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସହ ଦିଲ୍ଲୀ ଏମ୍‌ସର ନିର୍ଦ୍ଦେଶକ ଡକ୍ଟର ଗୁଲେରିଆଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା କରାଯାଉଥିବା ଜଣାପଡିଛି।

ସୂଚନାଯୋଗ୍ୟ ଗତ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ଥିବା ଶାହା ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରୁ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିଲେ।