ବକ୍ସ ଅଫିସରେ ସ୍ପାଇଡର୍‌-ମ୍ୟାନ୍‌ର ରେକର୍ଡ ଆୟ

ମୁମ୍ବାଇ : ସ୍ପାଇଡର୍‌-ମ୍ୟାନ୍‌: ନୋ ୱେ ହୋମ୍‌ ଚଳିତ ବର୍ଷର ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ମାନ୍ୟତା ହାସଲ କରିଛି । ୨୦୧୯ରେ ମୁକ୍ତିଲାଭ କରିଥିବା ଷ୍ଟାର୍‌ ବାର୍ସ: ଦି ରାଇଜ୍‌ ଅଫ୍‌ ସ୍କାଇୱାକର୍‌ ୧୦୦ କୋଟି ଡଲାର୍‌ ମାଇଲ୍‌ଖୁଣ୍ଟ ଅତିକ୍ରମ କରିଥିଲା । ଏହା ପରେ ମହାମାରୀ ଆରମ୍ଭ ହେବାରୁ ସିନେମା ପ୍ରେକ୍ଷାଳୟ ବ୍ୟବସାୟ ଠପ୍‌ ହୋଇଯାଇଥିଲା । ତେବେ ସ୍ପାଇଡର୍‌-ମ୍ୟାନ୍‌ ଏହି ଆଶଙ୍କାକୁ ଭୁଲ୍‌ ପ୍ରମାଣିତ କରିଛି । ଭାରତୀୟ ପ୍ରେକ୍ଷାଳୟରେ ଏହା ପାଖାପାଖି ୧୭୫ କୋଟି ଟଙ୍କା ଆୟ କରିସାରିଲାଣି ।