ଅର୍ଡର କଲେ ଆଇଫୋନ, ଆସିଲା ଟଏଲେଟ ପେପର

ନୂଆଦିଲ୍ଲୀ: ସାରା ଦେଶରେ ଅନଲାଇନ ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଲୋକେ ଘର ବସି ମନ ପସନ୍ଦର ସବୁ ସାମଗ୍ରୀ ମଗାଇନ୍ତି । ନିକଟରେ ଜଣେ ବ୍ୟକ୍ତି ଅନଲାଇନରେ ଏକ ଲକ୍ଷ ଟଙ୍କାର ଆଇଫୋନ-୧୩ ମଗାଇଥିବା ବେଳେ ତାଙ୍କ ଘରେ ପହଞ୍ôଚଥିଲା ଟଏଲେଟ୍‌ ପେପରରେ ଗୁଡାଇ ହୋଇଥିବା ଦୁଇଟି ଚକୋଲେଟ । ଏହି ମାମଲା ଇଂଲଣ୍ଡର ଲିଡ୍ସରରେ ଘଟିଛି ।

ଗ୍ରାହକ କହିଛନ୍ତି ଯେ, ଆପଲ୍‌ ୱେବସାଇଟ୍‌ ମାଧ୍ୟମରେ ଡିସେମ୍ବର ୨ରେ ମୁଁ ଆଇଫୋନ୍‌ ୧୩ ଅର୍ଡର କରିଥିଲି । ଘରେ ଯେତେବେଳ ଏହି ଅର୍ଡର ପହଞ୍ଚିଥିଲା ମୁଁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲି । କାରଣ ଏହା ଭିତରେ ଟଏଲେଟ ପେପରର ରୋଲ୍‌ ଥିଲା । ଯାହା ଦୁର୍ଗନ୍ଧିତ ଥିଲା ଏବଂ ଏଥିରେ ଦୁଇଟି ଚକୋଲେଟ ଗୁଡାଇ ହୋଇ ରହିଥିଲା ।