ଛାଡପତ୍ର ପରେ ପୁଣି ଏକାଠି ହେଲେ ନାଗା-ସାମନ୍ଥା

ମୁମ୍ବାଇ : ସାଉଥ୍‌ ଅଭିନେତ୍ରୀ ସାମନ୍ଥା ଏବଂ ସୁପରଷ୍ଟାର୍‌ ନାଗା ଚୈତନ୍ୟ ନିକଟରେ ଛାଡପତ୍ର ଘୋଷଣା କରିବା ପରେ ଅଲଗା ହୋଇଯାଇଥିଲେ । ଏପରିକି ସେମାନଙ୍କୁ ଏକାଠି ଦେଖିବାକୁ ମିଳୁନଥିଲା । କିନ୍ତୁ ଦୁହିଁଙ୍କୁ ଏବେ ଗୋଟିଏ ସ୍ଥାନରେ ସ୍ପଟ୍‌ କରାଯାଇଥିଲା । ହାଇଦ୍ରାବାଦର ରାମନାଇଡୁଙ୍କ ଷ୍ଟୁଡିଓରେ ସାମନ୍ଥା-ନାଗା ଚୈତନ୍ୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା ।

ସୂଚନା ମୁତାବକ ଏହି ଷ୍ଟୁଡିଓରେ ଉଭୟେ ସେମାନଙ୍କର ଫିଲ୍ମର ସୁଟିଂ ପାଇଁ ଆସିଥିଲେ । ନାଗା ତାଙ୍କ ଫିଲ୍ମ ‘ବଙ୍ଗାରାଜୁ’ର ସୁଟିଂ ପାଇଁ ସେଠାକୁ ଆସିଥିବାବେଳେ ସାମନ୍ଥା ତାଙ୍କ ଫିଲ୍ମ ‘ଯଶୋଦା’ର ସୁଟିଂ ପାଇଁ ଆସିଥିଲେ । ନାଗା-ସାମନ୍ଥା କିନ୍ତୁ ଗୋଟିଏ ସ୍ଥାନରେ ଉପସ୍ଥିତ ଥିଲେ କିନ୍ତୁ ଉଭୟ ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇନଥିଲା । ସୁଟିଂ ଶେଷ ହେବା ପରେ ଉଭୟ ନିଜ ନିଜ ଗାଡିରେ ବସି ଷ୍ଟୁଡିଓ ଛାଡିଥିଲେ ।