ନୂଆବର୍ଷରୁ ୨୫ ଟଙ୍କା ଶସ୍ତା ହେବ ପେଟ୍ରୋଲ

ରାଞ୍ଚି : ଆସନ୍ତା ଜାନୁଆରି ୨୬ରୁ ପେଟ୍ରୋଲ ଦର ଲିଟର ପିଛା ୨୫ ଟଙ୍କା କମାଇବେ ଝାଡଖଣ୍ଡର ସରକାର । ତେବେ କେବଳ ଦୁଇ ଚକିଆ ଯାନ ପାଇଁ ଏହା ଲାଗୁ ହେବ ବୋଲି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଘୋଷଣା କରିଛନ୍ତି । ଏହି ସ୍କିମ୍‌ ଲାଗୁ ହେଲେ ରାଜ୍ୟର ଗରିବ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଉପକୃତ ହେବେ ବୋଲି ସେ କହିଛନ୍ତି ।

ଝାରଖଣ୍ଡରେ ପଞ୍ଚ।।ୟତ ନିର୍ବାଚନ ଥିବାରୁ ଜନତାଙ୍କୁ ଆକୃଷ୍ଟ କରିବାକୁ ସୋରେନ ସରକାର ଏହି ସ୍କିମ ଘୋଷଣା କରିଥିବା ଅନୁମାନ କରାଯାଉଛ । ପୂର୍ବରୁ କେନ୍ଦ୍ର ସରକାର ଗତ ଅକ୍ଟୋବରରେ ସାରା ଦେଶରେ ପେଟ୍ରୋଲ ୫ ଓ ଡିଜେଲ ଲିଟର ପିଛା ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ । ସେହି ଦିନଠାରୁ ଦେଶରେ ତେଲ ଦର ଅପରିବର୍ତ୍ତିତ ରହିଛି ।