ଟ୍ରକ୍‌ ଧକ୍କାରେ ଯୁବକ ମୃତ

ଆଠମଲ୍ଲିକ: ଟ୍ରକ୍‌ ଧକ୍କାରେ ଜଣେ ଯୁବକଙ୍କ ଶୋଚନୀୟ ମୃତ ହୋଇଛି । ଏହି ଦୁର୍ଘଟଣା ଅନୁଗୁଳ ସମ୍ବଲପୁର ୫୫ନମ୍ବର ଜାତୀୟ ରାଜପଥର କିଶୋରନଗର ଥାନା ଅନ୍ତର୍ଗତ ବାମୁର ନିକଟରେ ଘଟଛି । ଯୁବକ ଜଣକ ରାସ୍ତା ପାର କରିବା ସମୟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇ ଦ୍ରୁତ ଗତିରେ ଚାଲିଯାଇଥିଲା । ଗୁରୁତର ଅବସ୍ଥାରେ ଯୁବକଙ୍କୁ ବାମୁର ଦମକଳ ବାହିନୀ ପହଞ୍ôଚ ଉଦ୍ଧାର କରି କିଶୋରନଗର ମେଡ଼ିକାଲକୁ ଆଣିଥିଲେ । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।