ପହିଲାରୁ ପିଲାଙ୍କୁ ଟିକା

ଭୁବନେଶ୍ୱର : ଆସନ୍ତା ଜାନୁୟାରୀ ପହିଲାରୁ ପିଲାଙ୍କୁ ଟିକାକରଣ କରାଯିବ । ସାରା ଦେଶରେ ୧୫ରୁ ୧୮ ବର୍ଷର ବୟସର ପିଲାଙ୍କୁ ଟିକା ଦିଆଯିବ । ଏଥିପାଇଁ ରାଜ୍ୟରେ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲାଯିବ । ଚାଲୁରହିଥିବା ଅନ୍ୟ ଟିକାକରଣ କେନ୍ଦ୍ରରେ ପିଲାଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯିବ । ସେହିପରି ପିଲାଙ୍କୁ ସକାଳ ୮ରୁ ଦିନ ଗୋଟାଏ ଯାଏ ଟିକାକରଣ ପ୍ରକ୍ରିୟା ଚାଲୁରହିବ । ଅପରାହ୍ନରେ ଅନ୍ୟମାନଙ୍କର ଟିକାକରଣ କରାଯିବ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।