ଗ୍ୟାସ୍‌ ସିଲିଣ୍ଡର ଫାଟି ୫ ମୃତ୍ୟୁ

ପାଟନା : ଗ୍ୟାସ ସିଲିଣ୍ଡର ଫାଟି ୫ ଜଣ ପିଲାଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ଘଟିଛି ବିହାର ବାଙ୍କାରେ ରଜୈନର ରାଜାବର ଗାଁରେ । ସୂଚନା ଅନୁସାରେ ରୋଷେଇ କରୁଥିବାବେଳେ ଗ୍ୟାସ ସିଲିଣ୍ଡର ଲିକ ହେବାରୁ ବିସ୍ଫୋରଣ ଘଟିଥ୫ ଜଣ ପିଲାଙ୍କ ମୃତ୍ୟୁ ହୋଇଛି ।

ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା । ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବା ପାଇଁ ବିଫଳ ହୋଇଥିଲେ । ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ସେତେବେଳକୁ ୫ ଜଣ ଶିଶୁଙ୍କର ମୃତ୍ୟୁ ହୋଇସାରିଥିଲା । ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳ ପହଞ୍ôଚ ତଦନ୍ତ କରିଛନ୍ତ ।