ବାଲକୋନିରେ ଲୁଗା ଶୁଖାଇଲେ ଜୋରିମାନା

ନୂଆଦିଲ୍ଲୀ : ବାଲକୋନୀରେ ଲୁଗା ଶୁଖାଇଲେ ଜରିମାନା ଦେବାକୁ ପଡ଼ିବ । ନୂଆ ନିୟମ ଅନୁଯାୟୀ ବାଲକୋନୀ ବା ଝରକାରେ ଲୁଗା ଶୁଖାଇଲେ କିମ୍ବା ବାଲକୋନୀରୁ ତଳକୁ ଅଳିଆ ଆବର୍ଜନା ଫୋପାଡ଼ିଲେ କି ବାଲକୋନୀରେ ପଶୁପକ୍ଷୀଙ୍କ ଖାଦ୍ୟ ଫୋପାଡ଼ିଲେ କିମ୍ବା କୌଣସି ପ୍ରକାରର ଜିନିଷ ପକାଇଲେ ୧୦ ହଜାରରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ । ଏନେଇ ଦୁବାଇ ନଗରପାଳିକା ପକ୍ଷରୁ ଏପରି ଏହି ପଦକ୍ଷେପ ନିଆଯାଇଛି ।

ନଗରପାଳିକା ପକ୍ଷରୁ ଏକ ଟ୍ୱିଟ୍‌ କରି କୁହାଯାଇଛି ଯେ ବାଲକୋନୀର ଅପବ୍ୟବହାର କରନ୍ତୁ ନାହିଁ, ଏହାକୁ ସବୁ ବେଳେ ସଫାସୁତୁରା ରଖନ୍ତୁ । ସୂଚନାଯୋଗ୍ୟଯେ ୟୁଏଇ ପର୍ଯ୍ୟଟନରୁ ଅଧିକ ଆୟ ସଂଗ୍ରହ କରିଥାଏ । ତେଣୁ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ନିୟମ ପ୍ରଣୟନ କରିଥାନ୍ତି । ବାଲକୋନୀର ଅପବ୍ୟବହାର କାରଣରୁ ପ୍ରଦୂଷଣ ବୃଦ୍ଧି ପାଇବା ସହ ଅସୁନ୍ଦର ପରିବେଶ ସୃଷ୍ଟି ହେଉଥିବାରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡିଛି ।