ଭୂକମ୍ପରେ ଥରିଲା କାଶ୍ମୀର

ଶ୍ରୀନଗର: ପୁଣି ଭୂକମ୍ପରେ ଥରିଲା କାଶ୍ମୀରରେ । ସେହିପରି କାଶ୍ମୀରରେ ଦ୍ୱିତୀୟ ଥର ପାଇଁ ଭୂମିକମ୍ପ ହୋଇଛି । ଏହା ରିକ୍ଟର ସ୍କେଲରେ ୫.୧ ତୀବ୍ରତା ରହିଛି । ଗତ କିଛିଦିନ ପୂର୍ବରୁ କାଶ୍ମୀରରେ ଭୂକମ୍ପ ଅନୁଭୂତ ହୋଇଥିଲା । ପୁଣି ଥରେ ଭୂମିକମ୍ପ ଝଟକାରେ ଥରିଛି କାଶ୍ମୀର । ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ।