ଲାଇଗରର ଟିଜର ରିଲିଜ

ମୁମ୍ବାଇ: ଫିଲ୍ମ ଲାଇଗରର ଟିଜର ରିଲିଜ ହୋଇଛି । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ଅନନ୍ୟା ପାଣ୍ଡେ । ଏହି ଫିଲ୍ମରେ ବିଜୟ ଓ ଅନନ୍ୟା ଦମଦାର ଭୂମିକାରେ ନଜର ଆସିଛନ୍ତି । ଫିଲ୍ମ ‘ଲାଇଗର’ରେ ବକ୍ସିଂ ଚାମ୍ପିଅନ ମାଇକ ଟାଇସନ ପ୍ରମୁଖ ଭୂମିକାରେ ନଜର ଆସିବେ । ସୂଚନା ଅନୁସାରେ ପ୍ରଥମଥର ଉଭୟ ଏହି ଫିଲ୍ମରେ ନଜର ଆସିବେ ।

ଲାଇଗର ଫିଲ୍ମକୁ ପୁରୀ ଜଗନ୍ନାଥ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମରେ ବିଜୟ ଦେବରକୋଣ୍ଡା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛି । ଫିଲ୍ମରେ ମାର୍ଶଲ ଆର୍ଟ କରୁଥିବା ଭୂମିକାରେ ନଜର ଆସିବେ ବିଜୟ । ଫିଲ୍ମରେ ତାଙ୍କ ସହିତ ବିଶୁ ରେଡୀ, ଅଲ୍ଲୀ, ମକରନ୍ଦ ଦେଶ ପାଣ୍‌ଡେ ପ୍ରମୁଖ ନଜର ଆସିବେ ।