ନୂଆଦିଲ୍ଲୀ : ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ଏନେଇ କେଜ୍ରିୱାଲ ଟୁଇଟ୍ ଜରିଆରେ ଏହି ସୂଚନା ଦେଇଛନ୍ତି । ଏହା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ନିଜକୁ ଆଇସଲେଟ କରିବାକୁ କହିଛନ୍ତି । କେଜରିୱାଲଙ୍କଠାରେ ସାମାନ୍ୟ ଲକ୍ଷଣ ରହିଛି ।
ଏନେଇ ଘରେ ନିଜକୁ ଅଲଗା ହୋଇ ରହୁଛନ୍ତି । ଯେଉଁମାନେ ମୋ ସହିତ ଯୋଗାଯୋଗ କରିଥିଲେ ଦୟାକରି ନିଜେ ଅଲଗା ରୁହନ୍ତି ଏବଂ ପରୀକ୍ଷା କରନ୍ତୁ ବୋଲି କେଜରିୱାଲ ଅନୁରୋଧ କରିଛନ୍ତି ।