ମୁମ୍ବାଇ : ମୁମ୍ବାଇରୁ ଗୋଆ ଆସୁଥିବା କୋର୍ଡେଲିଆ କ୍ରୁଜ୍ରେ କୋଭିଡ ବିସ୍ଫୋରଣ ହୋଇଛି । ଏହି କ୍ରୁଜରେ ଅନେକ ଯାତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । କ୍ରୁଜର ଜଣେ କ୍ୟାପଟେନ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । କିନ୍ତୁ ପରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇଛି । ଏହି କ୍ରୁଜରେ ଥିବା ପ୍ରାୟ ୨ ହଜାର ଯାତ୍ରୀଙ୍କ ମଧ୍ୟରୁ ୬୬ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି । ଅନ୍ୟପକ୍ଷରେ ସଂକ୍ରମିତଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶା କରାଯାଉଛି ।
ଗୋଆ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି କୋର୍ଡେଲିଆ କ୍ରୁଜର ଜଣେ କ୍ୟାପଟେନ୍ ସଂକ୍ରମିତ ଚିହ୍ନଟ ହେବାପରେ ଏଥିରେ ଥିବା ସମସ୍ତ ଯାତ୍ରୀଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା । ଯେଉଁଥିରୁ ୬୬ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି । ସମସ୍ତଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯିବା ସହ ଅଧିକ ସଂକ୍ରମିତ ହୋଇଥିବା ଆକ୍ରାନ୍ତଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।