ବିଜେଡିରୁ କଳ୍ପତରୁ ବହିଷ୍କୃତ

ଭୁବନେଶ୍ୱେର( ଏସ୍ ନ୍ଯୁଜ ): ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ କଳ୍ପତରୁ ଓଝାଙ୍କୁ ଦଳରୁ ବହିଷ୍କାର କରାଯାଇଥିବାର ଖବର ମିଳିଛି । କଳ୍ପତରୁ ଓଝାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳର ସୁପ୍ରିମୋ ବହିଷ୍କାର କରିଛନ୍ତି।


ସୂଚନାଯୋଗ୍ୟ, କିଛି ସମୟ ପୂର୍ବରୁ ଅସନ୍ତୋଷ ଜାହିର କରିଥିଲେ କଳ୍ପତରୁ ଓଝା। ସେ ଦଳର ନେତୃତ୍ୱ ଓ ଚୟନ ସଠିକ୍ ଢଙ୍ଗରେ ହୋଇନଥିବା ଅଭିଯୋଗ ଆଣିଥିଲେ ।ଏଣେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ତାଙ୍କୁ ବହିଷ୍କାର କରାଯାଇଥିବା ନେଇ ଦଳର ଗଣମାଧ୍ୟମ ବ୍ୟାପାର ସାଧାରଣ ସଂପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।


ଅନ୍ୟପଟେ ଦଳରେ ତାଙ୍କୁ ଅଣଦେଖା କରାଯାଇ ଅନଭିଜ୍ଞ ଲୋକଙ୍କୁ ଦାୟିତ୍ବ ଦିଆଯାଉଥିବା ଅଭିଯୋଗ ବି ଆଣିଥିଲେ କଳ୍ପତରୁ। ଏହାର ପ୍ରତିକ୍ରିୟାରେ କଳ୍ପତରୁଙ୍କ ବହିଷ୍କାର ଦଳରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଉଛି।