ମହାରାଷ୍ଟ୍ରରେ ଲାଗିବ ଲକଡାଉନ୍‌!

ମୁମ୍ବାଇ : ଦେଶରେ କରୋନା ଭାଇରସ ଦ୍ରୁତଗତିରେ ମାଡି ଚାଲିଛି । ଏହା ମଧ୍ୟରେ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଯଦି ତୃତୀୟ ଲହର ଆସେ ତେବେ ୮୦ ଲକ୍ଷ ଲୋକ ସଂକ୍ରମିତ ହେବେ । ସେହିପରି ସେ ଆହୁରି କହିଛନ୍ତି ଯେ, ଯଦି ମୁମ୍ବାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ପାରକ କରେ ତେବେ ଲକ୍‌ଡାଉନ ଲାଗୁ କରାଯିବ । ବର୍ତ୍ତମାନ ମୁମ୍ବାଇରେ ସ୍କୁଲ ବନ୍ଦ ରହିଛି ।

ଅନ୍ୟପକ୍ଷରେ ସଂକ୍ରମଣକୁ ଦୃଷ୍ଟିରେ ରଖି ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି । ଏହି ମହାମାରୀ କବଳରୁ ସମସ୍ତଙ୍କୁ ସୁରକ୍ଷିତ ରଖିବା ପ୍ରଥମ କର୍ତ୍ତବ୍ୟ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିଛନ୍ତି ।