କରୋନା ଜାଲରେ ଏରିକା ଫର୍ଣ୍ଣାଣ୍ଡିଜ

ମୁମ୍ବାଇ : ଅଭିନେତ୍ରୀ ଏରିକା ଫର୍ଣ୍ଣାଣ୍ଡିଜ କରୋନାରେ ଆକ୍ରାନ୍ତ ହେବା ସହ ତାଙ୍କ ମା’ଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସେ କହିଛନ୍ତ ଯେ, ତାଙ୍କୁ କାଶ ଓ ଗଳାରେ ଯନ୍ତ୍ରଣା ଅନୁଭବ କରିବା ପରେ ସେ ଏକ କୋଭିଡ କିଟ୍‌ ଆଣି ଘରେ କରୋନା ଟେଷ୍ଟ କରିଥିଲେ । ଏହି ଟେଷ୍ଟ ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ପରେ ଦୁଇ ଥର ପୁଣି ଏହି ଟେଷ୍ଟ କରିଥିଲେ କିନ୍ତୁ ପ୍ରତିଥର ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ଏରିକାଙ୍କ ମା’ଙ୍କ ରିପୋର୍ଟ ମଧ୍ୟ ନେଗେଟିଭ ଆସିଥିଲା ।

ସେ ଆହୁରି କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗମ୍ଭୀର ହେବାକୁ ହୋଇଥିଲା । ତାଙ୍କ ଗଳା ଯନ୍ତ୍ରଣା ବଢିବାରେ ଲାଗିଥିଲା । ଏହାପରେ ସେ ଲ୍ୟାବ ଯାଇ କରୋନା ଟେଷ୍ଟ କରିଥିଲେ ଓ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା ।