ଫେବ୍ରୁଆରୀରେ ଭାରତରେ ଦିନକୁ ଚିହ୍ନଟ ହେବେ ୫ ଲକ୍ଷ ସଂକ୍ରମିତ

ନୂଆଦିଲ୍ଲୀ: ଫେବ୍ରୁଆରୀରେ ଭାରତରେ କୋଭିଡ-୧୯ର ତୃତୀୟ ଲହର ଶିଖର ଛୁଇଁବ । ଦେଶରେ ଫେବ୍ରୁଆରୀ ପ୍ରଥମ ସପ୍ତାହରୁ ଦିନକୁ ପାଖାପାଖି ୫ ଲକ୍ଷ ସଂକ୍ରମିତ ବାହାରିବେ ବୋଲି ଆମେରିକାର ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଆକଳନ କରିଛନ୍ତି । ୱାଶିଂଟନସ୍ଥିତ ଇନଷ୍ଟିଚ୍ୟୁଟ ଫର ହେଲଥ ମେଟ୍ରିକ୍ସ ଆଣ୍ଡ ଇଭାଲ୍ୟୁଏସନର ଡାଇରେକ୍ଟର ଡା.କ୍ରିଷ୍ଟୋଫର ମୁରେ କହିଛନ୍ତି ଯେ ଭାରତରେ ଫେବ୍ରୁଆରୀ ପ୍ରଥମ ସପ୍ତାହରୁ ଦିନକୁ ୫ ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ବାହାରିବେ ଏବଂ ଏହି ସଂଖ୍ୟା ବୃଦ୍ଧିପାଇଚାଲିବ ।

ଏପରିକି ଦିନକୁ ୭ରୁ ୮ ଲକ୍ଷ ପର୍ଯ୍ୟନ୍ତ ସଂକ୍ରମିତ ବାହାରିପାରନ୍ତି ବୋଲି ସେ ଆକଳନ କରିଛନ୍ତି । ଅବଶ୍ୟ ଓମିକ୍ରନ ପ୍ରକ୍ରରଣ କମ୍‍ ମାରାତ୍ମକ ହେବ ବୋଲି ସେ କହିଛନ୍ତି । ଡେଲଟା ପ୍ରକରଣ ତୁଳନାରେ ଏଥିରେ ଆକ୍ରାନ୍ତ ଲୋକ କମ ସଂଖ୍ୟାରେ ହସପିଟାଲରେ ଭର୍ତ୍ତିହେବେ ଏବଂ ମୃତ୍ୟୁସଂଖ୍ୟା କମ୍‍ ରହିବ ବୋଲି ଡା. ମୁରେ କହିଛନ୍ତି ।