ଭୁବନେଶ୍ୱର: ଏବେ ରାଜ୍ୟରେ ଆବଶ୍ୟକ ନାହିଁ ଲକ୍ଡାଉନ ବା ସଟଡାଉନ । ଯଦିଓ ଏବେ ସଂକ୍ରମଣ ବଢୁଛି, ଗୁରୁତର କରୁନି। ଅଧିକ ହସ୍ପିଟାଲ ବେଡ଼ ଦରକାର କରୁନି । ତେଣୁ ଲକଡାଉନ କି ସଟଡାଉନ କରିବା ଅନାବଶ୍ୟକ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆମ ରାଜ୍ୟରେ ଜାନୁଆରୀ ୨୫ ସୁଦ୍ଧା ପିକ୍ ଛୁଇଁବା ଅନୁମାନ କରାଯାଉଛି। କେଶ ଲୋଡ଼ ଏବଂ ହସ୍ପିଟାଲିଟି ଉପରେ କମ ପ୍ରଭାବ ପଡୁଛି। ଗୁରୁତର ସଂଖ୍ୟା ବହୁତ କମ। ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଆମେ ଯଦି ସତର୍କ ରହିବା ଫେବୃଆରୀ ଶେଷ ସୁଦ୍ଧା ଏହି ସଂକ୍ରମଣକୁ ପାର କରିଯିବ।