ଦେଶରେ ଗୋଟିଏ ଦିନରେ ଦେଢ ଲକ୍ଷ ଟପିଲା କୋଭିଡି ମାମଲା

ନୂଆଦିଲ୍ଲୀ : ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କୋଭିଡ ମାମଲା । ସେହିପରି ମୃତ୍ୟୁସଂଖ୍ୟାରେ ବି ବଢିବାରେ ଲାଗିଛି । ଦେଶରେ ଏବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଦେଢ ଲକ୍ଷ ପାର କରିସାରିଛି । ସେହିପରି ଦେଶରେ ୧୪୬ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯୭୨୩ ଆକ୍ରାନ୍ତ ଚିହ୍ନଟ ହେବା ସହ ମୃତ୍ୟୁ ସଂଖ୍ୟା ୧୪୬ ଛୁଇଁଛି । ସେହିପରି ୭୨୩୬୧୯ ସକ୍ରିୟ ମାମଲା ରହିଛି ଏବଂ ୩୪୫୦୦୧୭୨ ଜଣ ସୁସ୍ଥ ହୋଇ ଫେରିଛନ୍ତି ।